Weird News: ୬୨ ବର୍ଷ ଧରି ଶୋଇ ନାହାଁନ୍ତି ଏହି ବ୍ୟକ୍ତି, ଆଖି ବନ୍ଦ କଲେ ବି ଆସୁନି ନିଦ; ଜାଣନ୍ତୁ ଏହା ପଛର ଆଶ୍ଚର୍ଯ୍ୟଜନକ କାରଣ
Advertisement

Weird News: ୬୨ ବର୍ଷ ଧରି ଶୋଇ ନାହାଁନ୍ତି ଏହି ବ୍ୟକ୍ତି, ଆଖି ବନ୍ଦ କଲେ ବି ଆସୁନି ନିଦ; ଜାଣନ୍ତୁ ଏହା ପଛର ଆଶ୍ଚର୍ଯ୍ୟଜନକ କାରଣ

Weird News:  ଡାକ୍ତରୀ ବିଜ୍ଞାନ ହେଉ କିମ୍ବା ଆୟୁର୍ବେଦ, ସମସ୍ତେ ବିଶ୍ୱାସ କରନ୍ତି ଯେ, ୬ରୁ ୮ ଘଣ୍ଟା ଶୋଇବା ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ବିଶ୍ରାମ ଦିନସାରା ଶରୀର ଓ ମନକୁ ଶକ୍ତି ଯୋଗାଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ କେବଳ ୧-୨ କିମ୍ବା ୧୦-୨୦ ରାତି ନୁହେଁ, ବରଂ ପୂରା ୬୨ ବର୍ଷ ହେବ ଶୋଇ ନାହାଁନ୍ତି । ଏହା ସତ୍ତ୍ୱେ ସେ ଏତେ ଫିଟ୍ ଓ ସକ୍ରିୟ ଯେ ସେ ନିଜର ସମସ୍ତ କାର୍ଯ୍ୟ ନିଜେ କରିବାକୁ ପସନ୍ଦ କରନ୍ତି ।

Weird News: ୬୨ ବର୍ଷ ଧରି ଶୋଇ ନାହାଁନ୍ତି ଏହି ବ୍ୟକ୍ତି, ଆଖି ବନ୍ଦ କଲେ ବି ଆସୁନି ନିଦ; ଜାଣନ୍ତୁ ଏହା ପଛର ଆଶ୍ଚର୍ଯ୍ୟଜନକ କାରଣ

Weird News: ଯଦି ଦିନେ ନିଦ ନ ଆସେ ତେବେ ଲୋକମାନେ ଅସ୍ଥିର ହୋଇଯାଆନ୍ତି । ଯଦି ଆପଣଙ୍କୁ ଦୁଇ ରାତି ଜାଗ୍ରତ ରହିବାକୁ ପଡ଼େ, ତେବେ ତୃତୀୟ ଦିନ ଆପଣ ଅସୁସ୍ଥ ଅନୁଭବ କରିବା ଆରମ୍ଭ କରିବେ । ଶରୀର କାମ ବନ୍ଦ କରିଦିଏ ଓ କୌଣସି କାମ କରିବାକୁ ଭଲ ଲାଗେ ନାହିଁ । ଡାକ୍ତରୀ ବିଜ୍ଞାନ ହେଉ କିମ୍ବା ଆୟୁର୍ବେଦ, ସମସ୍ତେ ବିଶ୍ୱାସ କରନ୍ତି ଯେ, ୬ରୁ ୮ ଘଣ୍ଟା ଶୋଇବା ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ବିଶ୍ରାମ ଦିନସାରା ଶରୀର ଓ ମନକୁ ଶକ୍ତି ଯୋଗାଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ କେବଳ ୧-୨ କିମ୍ବା ୧୦-୨୦ ରାତି ନୁହେଁ, ବରଂ ପୂରା ୬୨ ବର୍ଷ ହେବ ଶୋଇ ନାହାଁନ୍ତି । ଏହା ସତ୍ତ୍ୱେ ସେ ଏତେ ଫିଟ୍ ଓ ସକ୍ରିୟ ଯେ ସେ ନିଜର ସମସ୍ତ କାର୍ଯ୍ୟ ନିଜେ କରିବାକୁ ପସନ୍ଦ କରନ୍ତି ।

ଭିଏତନାମର ଏହି ବ୍ୟକ୍ତିଙ୍କ (Vietnam Man) ର ପ୍ରାୟ 60 ବର୍ଷ ପୂର୍ବେ ଜ୍ୱର ହୋଇଥିଲା, ସେବେଠାରୁ ସେ ଆଜି ପର୍ଯ୍ୟନ୍ତ ଶୋଇ ନାହାଁନ୍ତି । କ୍ରମାଗତ ୬୨ ବର୍ଷ ଧରି ସେ ଦିନରାତି ଜାଗ୍ରତ ରୁହନ୍ତି । ନିଜର ସମସ୍ତ କାର୍ଯ୍ୟ ନିଜେ କରନ୍ତି । ପ୍ରଶ୍ନ ହେଉଛି କଣ ଜ୍ୱର ତାଙ୍କ ନିଦକୁ ଛଡ଼ାଇ ନେଇଛି କି? ଭିଏତନାମର ବାସିନ୍ଦା ୮୦ ବର୍ଷୀୟ ଥାଇ ଏନଜୋକ୍ (Thai Anjok) ଦାବି କରିଛନ୍ତି ଯେ ସେ ୧୯୬୨ ପରଠାରୁ ଶୋଇ ନାହାଁନ୍ତି । ୬୧ ବର୍ଷ ପୂର୍ବେ ତାଙ୍କର ନିଦ ଏପରି ଭାବରେ ଅଦୃଶ୍ୟ ହୋଇଯାଇଛି ଯେ ଆଜି ପର୍ଯ୍ୟନ୍ତ ତାଙ୍କ ଆଖିରେ ନିଦର କୌଣସି ନାହିଁ ।

ଏପରିକି ତାଙ୍କ ପତ୍ନୀ ଓ ପିଲାମାନେ ତାଙ୍କୁ ୬ ଦଶନ୍ଧି ଧରି ଶୋଇଥିବାର ଦେଖି ନାହାଁନ୍ତି । ଏହା ପଛରେ ଥାଇ ଏନଜୋକ୍ ଦେଇଥିବା କାରଣ ଆହୁରି ଆଶ୍ଚର୍ଯ୍ୟଜନକ ଅଟେ । ଏନଜୋକଙ୍କ ଅନୁଯାୟୀ, ଯେତେବେଳେ ତାଙ୍କୁ ମାତ୍ର ୧୮ ବର୍ଷ ହୋଇଥିଲା, ସେତେବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ତାଙ୍କର ଜ୍ୱର ଅଧିକ ଥିଲା । ସେବେଠାରୁ ସେ ନିଦ ହରାଇଲେ । କିଛି ସମୟ ପାଇଁ ଲାଗୁଥିଲା ଯେ ସେ ତାଙ୍କ ସ୍ୱାସ୍ଥ୍ୟ କାରଣରୁ ଶୋଇପାରୁ ନାହାଁନ୍ତି । କିନ୍ତୁ ସମୟ ବଢ଼ିବା ସହ ଦେଖାଗଲା ଯେ ବର୍ତ୍ତମାନ ସେ ଆଦୌ ଶୋଇପାରୁ ନାହାଁନ୍ତି । 

ଅଧିକ ପଢ଼ନ୍ତୁ:-ପ୍ରସିଦ୍ଧ ରାପ୍ ସିଙ୍ଗର ଓ ତାଙ୍କ ବନ୍ଧୁଙ୍କୁ ଗୁଳି କରି ହତ୍ୟା

ଅଧିକ ପଢ଼ନ୍ତୁ:-ନିଜ ପତ୍ନିଙ୍କ ବାନ୍ଧବୀଙ୍କ ପ୍ରେମରେ ପଡ଼ିଲେ ୟୁଟ୍ୟୁବର୍ ଅରମାନ୍ ମଲିକ, ପ୍ରଥମ ପତ୍ନୀ ଆତ୍ମହତ୍ୟା କରିବାକୁ କଲେ ପ୍ରୟାସ,ଜାଣନ୍ତୁ କେମିତି ବଦଳିଲା ଭାଗ୍ୟ

ପ୍ରସିଦ୍ଧ ୟୁଟ୍ୟୁବର୍ ଡ୍ରୁଉ ବିନ୍ସ (Drew Binsky) ଥାଇ ଏନଜୋକ୍ (Thai Anjok) ଙ୍କୁ ସାକ୍ଷାତକାର ନେବା ପାଇଁ ଏକ ଦୀର୍ଘ ରାସ୍ତା ଯାତ୍ରା କରିଥିଲେ । ଯେଉଁଥିରେ ତାଙ୍କର ଶୋଇବାରେ ଅସମର୍ଥତାର ପୂରା କାହାଣୀ ବିଷୟରେ ଜଣାପଡ଼ିଥିଲା । ଯେତେବେଳେ ଦଶନ୍ଧି ଧରି ନିଦ୍ରାହୀନତା ପଛର କାରଣ ଜାଣିବା ପାଇଁ ବିଶେଷଜ୍ଞମାନଙ୍କ ଠାରୁ ପରାମର୍ଶ ନିଆଗଲା, ଏହା ଦେଖାଗଲା ଯେ ଏହାକୁ Insomnia ବା ଅନିଦ୍ରା ରୋଗ କୁହାଯାଏ । ଏହି କାରଣରୁ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ । କିନ୍ତୁ ଥାଇ ଏନଜୋକକୁ ଦେଖି, ଏହିପରି କିଛି ଦେଖାଯାଏ ନାହିଁ । 

Trending news